ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ଦୀର୍ଘ ୨ବର୍ଷ ପରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଫଳରେ ଅଭିଯୋଗ ଶୁଣାଣି ମଧ୍ୟ ଆରମ୍ଭ ହୋଇଛି । ଶୁଣାଣି ସମୟରେ ଜିଲ୍ଲାପାଳ ଡା. ବୃନ୍ଦା ଡି, ଏସପି ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଂଜନ ନାୟକ ଓ ଉପଜିଲ୍ଲାପାଳ ଶେଷ ଦେବ ମିଶ୍ରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଆଜି ପ୍ରାୟ ୨୭ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲ ।

ସୂଚନାଯୋଗ୍ୟ, କରାନା ସଂକ୍ରମଣ ଯୋଗୁ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥଲା । ତେବେ ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁ କମସଂଖ୍ୟକ ଲୋକ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ।