ପୁଇଁନ୍ତଲାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ସାଉଁତପୁର ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ଓଡିଶା ମୋ ପରିବାର ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଥିଲା।

ଏହି ରକ୍ତଦାନ ଶିବିରରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୁଇଁନ୍ତଲା ବ୍ଲକ୍ ଅଧକ୍ଷ ସରୋଜ ପଧାନ, ପୁଇଁନ୍ତଲା ବ୍ଲକ୍ ବିଜୁ ଜନତା ଦଳ ସଭାପତି ବିଷ୍ଣୁ ପଟେଲ, ଯୁବ ସଭାପତି ସୁଧୀର ଅମାତ ଓ ସାଉଁତପୁର ସରପଞ୍ଚ ପ୍ରତିନିଧି ଯୁବରାଜ ପଟେଲ, ପିପିର୍ଡଲ ସରପଞ୍ଚ ପ୍ରତିନିଧି ଶୈଳେଶ ବାବୁ, ବନ୍ଧପଡା ସରପଞ୍ଚ ପ୍ରତିନିଧି ବିକାଶ ଦୋରା, ଅଙ୍କରିଆପଦର ସରପଞ୍ଚ ପିଙ୍କୁ ଖମାରି ଓ ପୁଇଁତଲା ବ୍ଲକ୍ ବିଜୁ ଜନତା ଦଳର ଅନେକ କର୍ମକର୍ତ୍ତା ପ୍ରମୁଖ ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଏଥିରେ ୪୧ ୟୁନିଟ ସଂଗ୍ରହ ହୋଇଥିଲା। ନରହରି ନାଏକ, ପବିତ୍ର ପଧାନ, ରବିଚନ୍ଦ୍ର ପଧାନ, କ୍ଷମାନିଧି ବେହେରା, ବାରୁ ରଣା, ଦୁର୍ଗା ଚରଣ ଭୋଇ ପ୍ରମୁଖ ସହାୟତା କରିଥିଲେ।