ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡକୁ ମିଳିଛି ପୁଣି ଏକ ସଫଳତା। ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ କାବୁ କରିଛି ପୁଲିସ। ସେହିପରି ସେମାନଙ୍କ ନିକଟରୁ ଗୋଟିଏ ହନୁମାନ ପଇସା ଜବତ କରିଛି।
ରିଆମାଳ ଥାନା ଅନ୍ତର୍ଗତ ସମ୍ବଲପୁର – ଦେବଗଡ଼ ସୀମାନ୍ତ ଗ୍ରାମର କେତେକ ବ୍ୟକ୍ତି ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳରେ ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ କରୁଥିବା ସୂଚାନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ଉକ୍ତ ବେପାରୀଙ୍କ ସହ ଡିଲାଳ୍ ପାଇଁ ପହଞ୍ଚିଥିଲା।
