ଟିଟିଲାଗଡ ବଙ୍ଗାଳୀ ସମାଜ ପକ୍ଷରୁ ନୂତନ ବର୍ଷ ପାଳିତ

ଟିଟିଲାଗଡ,ଏନ୍ଏନ୍ଏସ୍: ବଙ୍ଗାଳୀ ସମାଜ ପକ୍ଷରୁ ସ୍ଥାନୀୟ ରେଳବାଇ ଇଷ୍ଟିଚ୍ୟୁଟ୍ ଠାରେ ବଙ୍ଗାଳୀ ନବବର୍ଷ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶେଖର ସିନ୍ନାଙ୍କ ଦ୍ଵାରା ଆୟୋଜିତ ଏହି ସମାରୋହରେ ସହରରେ ବସବାସ କରୁଥିବା ୧୦୦ରୁ ଊର୍ଦ୍ଧ୍ବ ପରିବାର ସଦସ୍ୟ ଯୋଗଦେଇଥିଲେ। ସଭା ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ମାନେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରିବା ସହ ମହାମାରୀ କରୋନାରେ ପ୍ରାଣ ହରାଇଥିବା ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନୁଷ୍ଠାନର ଏହି ସମାରୋହ ଚଳିତ ବର୍ଷ ୨୦ ବର୍ଷରେ ପାଦ ଥାପି ଥିବା ବେଳେ ଏହା ସହରରେ ରହୁଥିବା ଏହି ସମ୍ପ୍ରଦାୟର ସମସ୍ତ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ବେଶ୍ ସହାୟକ ହୋଇଥିବା ନେଇ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ତଥା ସାମ୍ବାଦିକ ଦୀପକ ସମାଜଦାର ପ୍ରକାଶ କରିଛନ୍ତି।

ଅନୁଷ୍ଠାନ ପକ୍ଷରୁ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ଭାଗ ନେଇଥିଲେ। ସ୍ଥାନୀୟ କଣ୍ଠ ଶିଳ୍ପୀ ନିରାକାର ସାହୁ ସଙ୍ଗୀତ ପରବେଷଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କଲ୍ୟାଣ କୁମାର ବୋଷ, ପ୍ରଦୀପ ଦେ, ଡ଼. ପ୍ରଦୀପ ସମାଜପତି, ନବଂକୁର ଭଟ୍ଟାଚାର୍ଯ୍ୟ, ଭୋଲା ସରକାର, କାଲି ମୁଖାର୍ଜୀ, ନିର୍ମଳ ଲୋଧ, ପ୍ରଦୀପ କର, ବୁନୁ ସନା, ସଞ୍ଜୟ ଦେ, ସର୍ବଜିଟ ରାୟ ପ୍ରମୁଖଙ୍କ ସହ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ଚନ୍ଦ୍ର ଭାନୁ ମୋଳନା, ସଞ୍ଜୟ ବେହେରା, ସଞ୍ଜୟ ନାୟକ, ମନୋଜ ଶତପଥୀ, ଅଶୋକ ତ୍ରିପାଠୀ ଏବଂ ଶତାଧିକ ପରିବାର ସଦସ୍ୟ ଉପସ୍ଥିତ ଥିଲେ।