ନୂଆଦିଲ୍ଲୀ,ଏଜେନ୍ସି: ରୁଷ୍-ୟୁକ୍ରେନ୍ ଯୁଦ୍ଧରୁ ଭାରତକୁ ମିଳିଛି ଫାଇଦା । ଯୁଦ୍ଧ ସମୟରେ ଭାରତର ଗହମ ରପ୍ତାନିରେ ଆଶାତୀତ ବୃଦ୍ଧି ଘଟିଛି । କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଆର୍ôଥକ ବର୍ଷ ୨୦୨୧-୨୨ରେ ମୋଟ୍ ଗହମ ରପ୍ତାନିରେ ୫୪.୫୦ ପ୍ରତିଶତ ବୃଦ୍ଧି ଘଟିଛି । ଭାରତର ଗହମ ରପ୍ତାନି ରେକର୍ଡ ସ୍ତର ୧୫,୪୨୮ କୋଟି ଟଙ୍କା ମୂଲ୍ୟରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୂଳନାରେ ୩.୪୫ ପ୍ରତିଶତ ଅଧିକ । ଚଳିତ ଆର୍ôଥକ ବର୍ଷରେ ଗହମ ରପ୍ତାନୀ ୭୦ ଲକ୍ଷ ଟନରୁ ବୃଦ୍ଧି ଘଟି ୧୦୦ ଲକ୍ଷ ଟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।
ଗତ ବର୍ଷ ତୂଳନାରେ ଆର୍ôଥକ ବର୍ଷ ୨୦୨୧-୨୨ରେ ଗହମ ବ୍ୟତୀତ ଚାଉଳ ୯.୨୪ ପ୍ରତିଶତ, କଫି ୪୧.୧୫ ପ୍ରତିଶତ, ଫଳ ପନିପରିବା ୯.୯୧ ପ୍ରତିଶତ, ଅନ୍ୟ ଶସ୍ୟର ଉତ୍ପାଦନରେ ୫୪.୫୦ ପ୍ରତିଶତ ବୃଦ୍ଧି ଘଟିଛି । ମୋଟାମୋଟି କୃଷି ଏବଂ ଏହା ସମ୍ବନ୍ଧିତ କ୍ଷେତ୍ର ୨୦୨୧-୨୨ରେ ୨୪.୫ ପ୍ରତିଶତ ବୃଦ୍ଧି ଘଟିଛି ।
ରୁଷ୍ ଏବଂ ୟୁକ୍ରେନ୍ ସମୁଦାୟ ବିଶ୍ୱର ୨୯ ପ୍ରତିଶତ ଗହମ ଆବଶ୍ୟକତା ପୂରଣ କରନ୍ତି । ବର୍ତ୍ତମାନ ପରସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଗହମର ଯେଉଁ ଆବଶ୍ୟକତା ରହିଛି ଭାରତ ତାହା ପୂରଣ କରିବାକୁ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି । ଗତ ବର୍ଷ ୩୧ ଲକ୍ଷ ୫୦ ହଜାର କୋଟି କୃଷି ସମ୍ବନ୍ଧିତ ଦ୍ରବ୍ୟ ଆମଦାନୀ ହୋଇଛି । ୨୦୨୧-୨୨ରେ ଗହମ ରପ୍ତାନୀ ୫୪.୫୦ ପ୍ରତିଶତ ବଢିଥିବା କୃଷି ମନ୍ତ୍ରୀ ତୋମାର କହିଛନ୍ତି ।