ଦେବଗଡ଼,ଏନ୍ଏନ୍ଏସ୍: ପବିତ୍ର ଚୈତ୍ର ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥୀରେ ଆଜି ଦେବଗଡ଼ ସହର ବିଭିନ୍ନ ସାହିରେ ମା’ ହିଙ୍ଗୁଳାଙ୍କ ଭ୍ରମଣୀ ଯାତ୍ରା ଚାଲିଛି । ଏଥିସହ ବିଭିନ୍ନ ସାହିରେ ମା’ ହିଙ୍ଗୁଳାଙ୍କ ପାଲିଙ୍କି ଯାତ୍ରାବେଳେ ଘର ସମ୍ମୁଖରେ ଶ୍ରଦ୍ଧାଳୁମାନେ ଫୁଲ, ଫଳ, ପଣା, ଜାଗର ମୁଆଁ ସହ କୁକୁଡ଼ା ଓ ବୋଦା ବଳି ଦେଇ ଠାକୁରାଣୀଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନରେ ତଅଁଳା ସାହିରୁ ଠାକୁରାଣୀଙ୍କୁ ଏକ ପାଲିଙ୍କିରେ ବସାଇ ପୌରାଞ୍ଚଳର ବିଭିନ୍ନ ସାହିରେ ପୂଜକ ଭ୍ରମଣ କରିଥିଲେ । ଏତଦବ୍ୟତୀତ ସାହିରେ ଝୋଟି କଳସ ସ୍ଥାପନ କରାଯାଇ ମା’ଙ୍କ ଶୋଭାଯାତ୍ରାକୁ ସ୍ୱାଗତ କରାଯିବା ସହ ମାନସିକଧାରୀମାନେ ନିଜ ନିଜ ମନସ୍କାମନା ପୂରଣ ପାଇଁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।