ଗଇଲୋ ଘାଟିରେ ଅଟୋ ଓଲଟି ୧୫ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଗଇଲୋ ଘାଟିରେ ଅଟୋ ଓଲଟି ପୁରୁଷ, ମହିଳା ଓ ଶିଶୁ ସମେତ ୧୫ ଗୁରୁତର ହୋଇଥିବା ଜଣାପଡ଼ିଛି । ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ପଣା ସଂକ୍ରାନ୍ତି ଅବସରରେ ଗଇଲୋ ଗ୍ରାମରୁ କାଳିଆ ଖମାର ତାରିଣୀ ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣା ଘଟିିଛି । ଗୁରୁତରମାନେ ଗଇଲୋ ଗ୍ରାମର ଜୟନ୍ତୀ ବାଘ, ସସ୍ମିତା ମହାକୁଳ, ବିମଳା ବାଘ , ଭଗବତୀ ବାଘ , ଅମୃତ୍ତି ବାଘ , କୁନ୍ତଳା ବାଘ, ଚିନ୍ତାମଣି ବାଘ, ରାଉତରାୟ ଦେହୁରୀ, ହେମଲତା ବାଘ, ବେନୁପାଣି ବାଘ, ମୁନା ସାହୁ ଓ ରୁକ୍ମିଣୀ ସାହୁ ହୋଇଥିବାବେଳେ ଅନ୍ୟମାନଙ୍କ ପରିଚୟ ମିଳି ପାରିନାହିଁ ।

ସୂଚନାଯୋଗ୍ୟ, ଗତ ୨୦୧୬ ଏପ୍ରିଲ ୧୭ରେ ସମାନ ସ୍ଥଳୀରେ ଦୁର୍ଘଟଣା ଘଟି ୨୭ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଥିଲା । ଆଜିର ଦୁର୍ଘଟଣା ପରେ ୨୦୧୬ ଦୁର୍ଘଟଣାର ତାଜା ଚିତ୍ର ପୁଣିଥରେ ଲୋକଙ୍କୁ ମନେ ପକାଇଛି ।