ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍ଘାଟନ କରିବେ। ଏହି ସଂଗ୍ରହାଳୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଉପରେ ତଥ୍ୟ ଓ ସାମଗ୍ରୀର ପ୍ରଦର୍ଶିତ ହେବ।
ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଏପ୍ରିଲ ୧୪ରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍ଘାଟନ ହେବ। ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯୋଗାଦାନ ସଂପର୍କିତ ତଥ୍ୟ ଓ ସାମଗ୍ରୀର ନମୁନା ପ୍ରଦର୍ଶିତ ହେବ। ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏହି ସଂଗ୍ରହାଳୟର ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଏହି ସଂଗ୍ରହାଳୟର ନିର୍ମାଣ ହୋଇଛି, ଯେଉଁଥିରେ କି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ମନେ ପକାଯାଇପାରିବ।
୧୫୬୦୦ ବର୍ଗ ମିଟରରେ ନିର୍ମିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ସମେସ୍ତ ବୁଲି ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଛନ୍ତି। ସଂଗ୍ରହାଳୟରେ ମୋଟ ୪୩ଟି ଗ୍ୟାଲେରୀ ରହିଛି। ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସମ୍ବିଧାନ ପର୍ଯ୍ୟନ୍ତ ଗ୍ୟାଲେରୀ ରହିଛି।