ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ କ୍ରିକେଟ ତାଲିମ ଶିବିର ଉଦଘାଟିତ

ବାଲିଗୁଡା,ଏନ୍ଏନ୍ଏସ୍: ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତିଙ୍କ ମିଳିତ ସହଯୋଗରେ ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀମାନଙ୍କ ନିମନ୍ତେ ଏକ ୫ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ କ୍ରିକେଟ ସଂଘ ଓଡିଶା (ସିଏଭିଆଇ)ର ସଭାପତି ମହମ୍ମଦ ଦ୍ରାଫର ଇକବଲ ଓ ତାଙ୍କର ଅନ୍ୟ ୪ ଜଣ ସହଯୋଗୀ ମାନେ ଏହି କାର‌୍ୟ୍ୟକ୍ରମ ପ୍ରଶିକ୍ଷକ ଭାବରେ ଯୋଗଦେଇ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି।

ଉକ୍ତ ଉଦଘାଟନ ଉତ୍ସବରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶିଶୁ କଲ୍ୟାଣ ସମିତି ଫୁଲବାଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କନ୍ଧମାଳ ସଦସ୍ୟା, ବାଲ ଅପରାଧ ପରିଷଦ, ଫୁଲବାଣୀ, ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର, ଶୁଭଦର୍ଶୀ ଦାସ, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପିଲାଙ୍କ ଉଦ୍ଦେଶ୍ୟରେ ବହୁ ମୂଲ୍ୟବାନ ମନ୍ତ୍ୟବ୍ୟ ଦେଇଥିଲେ। ଉକ୍ତ ସଭାରେ ଦୃଷ୍ଟିହୀନ ବିଦ୍ୟାଳୟ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସଭା ଆରମ୍ଭରେ ବିଶ୍ୱଜିତ ଜେନା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ପରିଚୟ ପ୍ରଦାନ କରିଥିଲେ। ପ୍ରଫୁଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ପ୍ରାରମ୍ଭିକ ସଂଗୀତ ଓ ଉଦ୍‌ଯାପନୀ ସଂଗୀତ ଦୃଷ୍ଟି ହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ।