ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ଅଗ୍ରଣି ସାମାଜିକ ଅନୁଷ୍ଠାନ ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ୍ ତରଫରୁ ଆଜି ଏକ ଅସହାୟ ଶବକୁ ସସମ୍ମାନେ ସତ୍କାର କରାଯାଇଛି। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟସ୍ଥ ଘରଲା ଗ୍ରାମର ରମେଶ ଝାଙ୍କର ବହୁ ଦିନରୁ ବଲାଙ୍ଗିର କାରାଗାରରେ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ କିଛିଦିନ ହେଲା ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଛି।
ତାଙ୍କ ପରିବାର ଲୋକ ପହଞ୍ଚିବା ପରେ ଶବକୁ ନେଇ ସତ୍କାର କରିବା ପାଇଁ ଅସମର୍ଥତା ପ୍ରକାଶ କରିଥିଲେ। ପରେ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ଖବରପାଇବା ପରେ ଶବ ବ୍ୟବଚ୍ଛେଦ ପରେ ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ୍ ତରଫରୁ ମର୍ଯ୍ୟାଦା ସହ ସ୍ଥାନୀୟ ବିଭୂତି ପଡା ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ପ୍ରିତମ ବରାଡ଼, କନ୍ଦର୍ପ ରଣା, ହେମନ୍ତ ଛୁରିଆ, ପ୍ରତୀକ ସାହୁ, ରଜତ ପଧାନ ପ୍ରମୁଖ ମହତ କାର୍ଯ୍ୟରେ ସହଯୋଗ କରିଥିଲେ।