ପାଟଣାଗଡ଼ ରାଜଖମାରରେ ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ ପାଳନ

ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ସମଗ୍ର ଦେଶରେ ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ପାଟଣାଗଡ଼ରେ ମଧ୍ୟ ବିଜେପିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସ୍ଥାନୀୟ ରାଜଖମାର ଠାରେ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବିଜେପି କର୍ମୀ ଯୋଗଦେଇ ବିଜେପିର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସଦ ମୁଖାର୍ଜୀ ଭାରତମାତା ଓ ଡ. କେଶବ ବଳିରାମ ହେଡଗବାରଙ୍କ ଫୋଟୋରେ ଦୀପ ଜାଳି ପୁଷ୍ପମାଲ୍ୟା ଦିଆଯାଇଥିଲା।

ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନକୁ ବିଜେପି କର୍ମ୍ମୀମାନେ ବସି ଶୁଣିଥିବା ଦେଖିବାକୁ ମିଳିଥିଲା। ଏହି ଉତ୍ସବରେ ବିସମ୍ବର ପାଣିଗ୍ରାହୀ ଅଶୋକ କୁଅଁର, ସୁରେଶ ତାଣ୍ଡି, କୁଞ୍ଜବନ ପଟେଲ, ସୁନା ଯୋଶୀ, ଅନୁ ଦେବ ଗଙ୍ଗେବାବୁ, ବିଶ୍ୱଜିତ ହୋତା, ପ୍ରଶାନ୍ତ ମେହେର, ସମେତ ବହୁ ବିଜେପି କର୍ମୀମାନେ ଯୋଗଦେଇଥିଲେ।