ଦେବଗଡ଼ ଆଦର୍ଶ ଥାନା ପକ୍ଷରୁ ଜଳଛତ୍ର ଲୋକାର୍ପିତ

ଦେବଗଡ଼,ଏନ୍ଏନ୍ଏସ୍: ଓଡିଶା ପୁଲିସର ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଦେବଗଡ଼ ଆଦର୍ଶ ଥାନା ପକ୍ଷରୁ ତୃଷାର୍ତ୍ତ ବାଟୋଇଙ୍କ ପାଇଁ ଜଳଛତ୍ର ଲୋକାର୍ପିତ ହୋଇଛି। ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଆଜି ପୂର୍ବାହ୍ନରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଫିତା କାଟିବା ସହ ତୃଷାର୍ତ୍ତ ମାନଙ୍କୁ ଜଳ ଦାନ ପୂର୍ବକ ଜଳ ଛତ୍ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆଦର୍ଶ ଥାନା ପକ୍ଷରୁ ଜନସାଧାରଣଙ୍କୁ ଥଣ୍ଡା ଦହି ସର୍ବତ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ, ବାରକୋଟ ଥାନା ଅଧିକାରୀ କନକ ମାଝୀ, ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ, କୁଣ୍ଢେଇଗୋଲା ଥାନା ଅଧିକାରୀ ସରୋଜ କୁମାର ସେଠୀଙ୍କ ସମେତ ଦେବଗଡ଼ ଆଦର୍ଶ ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।