ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଟ୍ରେଡ ୟୁନିୟର ମିଳିତ ଆହ୍ୱାନ କ୍ରମେ ୨ଦିନ ଧରି ଧର୍ମଘଟ ଡାକରା ଦେବା ପରେ ୧୨ ଦଫା ଦାବୀ ନେଇ ଘସିଏନ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପାଟଣାଗଡ଼ ସଂଘର ନେତ୍ରୀ ଲଲିତା ବାଗଙ୍କ ନେତୃତ୍ୱରେ ସହସ୍ରାଧିକ ଆଶାକର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଦାବୀରେ ୪ଟି ଶ୍ରମ କାର୍ଡ ସହ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ, ଆଶା ଦୀଦୀଙ୍କ ମାସିକ ଦରମା ୨୬ ହଜାର ଟଙ୍କା କରିବା ସହ ଆୟକ ପ୍ରଦାନ ବାହାରେ ଥିବା ପରିବାରଙ୍କୁ ୭୫୦୦ ଟଙ୍କା ପ୍ରଦାନ, ଅଙ୍ଗନବାଡ଼ି ପାଚିକାଙ୍କୁ ୱାର୍କର ମାନ୍ୟତା, କୋଭିଡ ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କୁ ସମସ୍ତ ସହାୟତା ଓ ବୀମାରାଶୀ ପ୍ରଦାନ, ସମସ୍ତ ଅଣଅନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ ସହ ସମାନ କାମକୁ ସମାନ ଦରମା ଦେବା ପାଇଁ ଦାବୀ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି କରିଥିଲେ । ଆଶାମାନେ ଆଜି ସକାଳୁ ଧାରଣା ଦେଇଥିଲେ ମଧ୍ୟ ଘସିଏନ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ସୁଜୟ ମେହେର ଆସି ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ଉବର୍ଷ ସାହୁ, ମଥୁରା ତୁମନିଆ, ଆନନ୍ଦିନୀ ବିଶ୍ୱାଳ, ସଙ୍ଗିତା ହରିପାଲ, ତପସ୍ୱିନୀ ସେଠ, କୁନି ମହାଲିଙ୍ଗ ଓ କୁନ୍ତୀ କୁମ୍ଭାର ପ୍ରମୁଖଙ୍କ ସହ ଶତାଧିକ ଆଶା ଦୀଦୀମାନେ ଯୋଗ ଦେଇଥିଲେ ।