ଦୂର୍ଘଟଣାରେ ହରିଣ ମୃତ

ତେଲକୋଇ, କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଦୋବଲାପାଳଠାରେ ଏକ ରାସ୍ତା ଦୂର୍ଘଟଣାରେ ଗୋଟିଏ ହରିଣର ମୃତ୍ୟୁ ହୋଇଥିବା ଜଣାପଡିଛି। ବନବିଭାଗ ଦୂର୍ଘଟଣାଗ୍ରସ୍ଥ ଗାଡି ଓ ମୃତ ହରିଣକୁ ଜବତ କରିଥିବାବେଳେ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ତେଲକୋଇରୁ ଦୋବଲାପାଳସ୍ଥିତ ଆଦିତ୍ୟ ସ୍ପଞ୍ଜ କାରଖାନା ଦେଖିବାକୁ ଯାଉଥିବା ଏକ ଜାଇଲୋ ଗାଡି ଦୋବଲାପାଳ ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିବା ଗୋଟିଏ ଦୁଲ୍ଲଭ ହରିଣକୁ ଧକ୍କା ଦେଇଥିଲା। ଫଳରେ ହରିଣଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଦିତ୍ୟ ସ୍ପଞ୍ଜ କାରଖାନାର ସିକ୍ୟୁରିଟି ଭାବେ କାର୍ଯ୍ୟରତ ସତ୍ୟାନନ୍ଦ ପୃଷ୍ଟି ଘଟଣା ସଂପର୍କରେ ତେଲକୋଇ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ମୃତ ମାଈ ହରିଣ ଏବଂ ଜାଇଲୋ ଗାଡିକୁ ଜବତ କରିଥିବା ଜଣାପଡିଛି।