Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଅମିତ ବିହାରୀ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଅମିତ ବିହାରୀ ଗିରଫ

ସମ୍ବଲପୁର : କୁଖ୍ୟାତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ସମ୍ବଲପୁର ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ପୁଲିସ କ୍ଷେତରାଜପୁର ଥାନା ଅଞ୍ଚଳରେ ଅମିତକୁ ଏନ୍‌କାଉଣ୍ଟର କରି ଗିରଫ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ଗୁଳି ଜବତ କରିଛି। ସମ୍ବଲପୁର ଏସ୍‌ପି କେ. ବି. ସିଂହ ଏହି ସୂଚନା ଦେଇଛନ୍ତି। ଅମିତ ନାଁରେ ବିଭିନ୍ନ ଥାନାରେ ୮ରୁ ଅଧିକ ଅପରାଧିକ ମାମଲା ରହିଛି।

ସୂଚନାଯୋଗ୍ୟ ଅମିତ ବିହାରୀ କ୍ଷେତରାଜପୁର ଅଞ୍ଚଳର ଜଣେ ୨୨ ବର୍ଷର ଯୁବକଙ୍କୁ ଅପହରଣ କରି ନେଇ ତାଙ୍କ ବାପାଙ୍କୁ ୬୦ ହଜାର ଟଙ୍କା ଦାବି କରୁଥିଲା। ଏ ନେଇ ଆଜି ପୂର୍ବାହ୍ଣରେ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ଷେତରାଜପୁର ଆଇଆଇସି ମମତା ନାଏକଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ଵାର୍ଡ ଗଠନ କରି ଅମିତର ଲୋକେଶନ ଟ୍ରାକ କରାଯାଇଥିଲା। ତେବେ ଅମିତ କ୍ଷେତରାଜପୁର ଥାନା ଗୁଡେଶ୍ୱର ବାବା ମନ୍ଦିର ନିକଟରେ ଥିବା ପୁଲିସ ସୂଚନା ପାଇଥିଲା। ଏହା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅମିତ ୨ ରାଉଣ୍ଡ ଗୁଳି ଚଳାଇଥିଲା। ସେପଟେ ପୁଲିସ ମଧ୍ୟ ପାଲଟା ଜବାବ ଦେଇ ଅମିତର ବାମ ଗୋଡ଼କୁ ୨ ରାଉଣ୍ଡ ଗୁଳି କରିଥିଲା। ଏହି ଘଟଣାରେ ଅମିତ ଗୁରୁତର ଆହତ ହୋଇଥିବା ବେଳ ତାକୁ ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅପରହଣକାରୀ ଅମିତର ମାଡ଼ରେ ଅପହୃତ ଯୁବକ ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ତମାମ ଘଟଣାରେ କ୍ଷେତରାଜପୁର ଆଇଆଇସି ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।