Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୬୩ ମେଟ୍ରିକ ଟନ୍ କୋଇଲା ଉତ୍ପାଦନ କରି ସ୍ଥିର ରେକର୍ଡ ହାସଲ କଲା ମହାନଦୀ କୋଲଫିଲ୍ଡସ୍ ଲିମିଟେଡ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୬୩ ମେଟ୍ରିକ ଟନ୍ କୋଇଲା ଉତ୍ପାଦନ କରି ସ୍ଥିର ରେକର୍ଡ ହାସଲ କଲା ମହାନଦୀ କୋଲଫିଲ୍ଡସ୍ ଲିମିଟେଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍) ଚଳିତ ଆର୍ଥିକ ବର୍ଷ ପାଇଁ ସ୍ଥିର ହୋଇଥିବା ୧୬୩ ନିୟୁତ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଛି। କୋଲ ଇଣ୍ଡିଆର ସହାୟକ କମ୍ପାନୀ ଏମସିଏଲ୍ ମଙ୍ଗଳବାର ଏହି ଲକ୍ଷ୍ୟକୁ ଅତିକ୍ରମ କରିଛି। ଆର୍ଥିକବର୍ଷର ଅବଶିଷ୍ଟ ୯ ଦିନ ମଧ୍ୟରେ କୋଇଲା ଉତ୍ପାଦନକୁ ବୃଦ୍ଧି କରିବା ସହ ଏକ ଉତ୍ପାଦନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଏମସିଏଲ ଉଦ୍ୟମ ଜାରି ରଖିଛି।

ଏହିସଫଳତା କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିଛି। ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏମ୍ସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓମ୍ ପ୍ରକାଶ ସିଂ କହିଛନ୍ତି ଯେ, ଏମସିଏଲ୍ ପରିବାର ସମସ୍ତ ସଦସ୍ୟଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ଦିନ। ଆର୍ଥିକ ବର୍ଷ ପୂରଣ ହେବାକୁ ଆହୁରି ୯ ଦିନ ବାକି ଥିବା ବେଳେ ଦେଶର ଶକ୍ତି ଆବଶ୍ୟକତା ପୂରଣ ପାଇଁ କମ୍ପାନୀ ୧୬୩ ୟୁନିଟ ଟନ୍ କୋଇଲା ଉତ୍ପାଦନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିଛି।

ଏମସିଏଲ୍ ମୁଖ୍ୟାଳୟ ଓ କୋଲଫିଲ୍ଡସ ଅଞ୍ଚଳରେ କର୍ମଚାରୀଙ୍କ ମଧ୍ୟରେ ଥିବା ସକ୍ରିୟ ଆଭିମୁଖ୍ୟକୁ ପ୍ରଂଶସା କରି ସିଏମ୍ଡ଼ି କହିଛନ୍ତି ଯେ, କମ୍ପାନୀର ସଫଳତା ସମସ୍ତ ସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ଦଳଗତ କାର୍ଯ୍ୟର ପ୍ରତିଫଳନ। କମ୍ପାନୀର ଏହି ସଫଳତା ପାଇଁ ସହଯୋଗ କରିଥିବା ଲୋକ ପ୍ରତିନିଧି, ରାଜ୍ୟ ପ୍ରଶାସନ, ଶ୍ରମିକ ସଙ୍ଗଠନ ପ୍ରତିନିଧି, ପାରିପାଶ୍ୱିର୍କ ଗ୍ରାମବାସୀ ଓ ସମସ୍ତ ହିତାଧିକାରୀଙ୍କୁ ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି। କୋଇଲା ଉତ୍ପାଦନରେ ୧୫ % , ଉତ୍ତୋଳନରେ ୨୧% ଏବଂ ବଳକା କୋଇଲା ଅପସାରଣ (ଓବିଆର୍) ରେ ୧୮% ଅଭିବୃଦ୍ଧି ସହିତ ଚଳିତ ଆର୍ଥିକ ବର୍ଷରେ ନୂଆ ରେକର୍ଡ ହାସଲ କରିବାକୁ ଏମସିଏଲ ପ୍ରସ୍ତୁତ ଅଛି।