ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ ଶିବିର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପାଟଣାଗଡ଼ ଏନଏସି ତରଫରୁ ସ୍ଥାନୀୟ ରମାଇ ହାଇସ୍କୁଲରେ ପ୍ରିଜାଇଡିଂ ଓ ପୋଲିଙ୍ଗ ଅପିସରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଉପଜିଲ୍ଲାପାଳ କ୍ଷୀରୋଦ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପାଟଣାଗଡ଼ ପୌର ନିର୍ବାଚନରେ ୧୫ଟି ୱାର୍ଡରେ ୨୨ଟି ବୁଥରୁ ୨ଟି ଅତିସମ୍ବେଦନଶୀଳ, ୯ଟି ସମ୍ବେଦନଶୀଳ ଓ ୩ଟି ପିଙ୍କ ବୁଥ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ଜଣ ସରକାରୀ କାର୍ମଚାରୀଙ୍କୁ ପ୍ରିଶକ୍ଷଣ ପ୍ରଦାନ କରାଯାଇଥିବା ବେଳେ ଏନଏସି ନିର୍ବାଚନ ଅଧିକାରୀ ପୁଷ୍ପାଞ୍ଜଳୀ ପଣ୍ଡା ଓ ଏନଏସି ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ ।