Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ପହଞ୍ଚିଛି ଗଣତନ୍ତ୍ର: ଅମିତ ଶାହ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ପହଞ୍ଚିଛି ଗଣତନ୍ତ୍ର: ଅମିତ ଶାହ

ଜମ୍ମୁ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି, ଦେଶରେ ପୂର୍ବୋତ୍ତର, ଜମ୍ମୁ କଶ୍ମୀର ଓ ମାଓ ପ୍ରଭାବିତ ଅଞ୍ଚଳରେ ଆଗାମୀ ଦିନରେ ସ୍ଥାୟୀ ଶାନ୍ତି ଆସିବ । ଜମ୍ମୁରେ ୮୩ତମ ସିଆରପିଏଫ ଦିବସ ପରେଡକୁ ସମ୍ବୋଧିତ କରି ଅମିତ ଶାହ ଏହା କହିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଏହା ପରଠାରୁ ଜମ୍ମୁ କଶ୍ମୀରରେ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ଗଣତନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଯାଇଛି । ଏଠାକାର ପ୍ରତ୍ୟେକ ଗାଁରେ ୱାର୍ଡମେମ୍ବର ଓ ସରପଞ୍ଚ ଚୟନ କରାଯାଇଛି । ଗାଁର ବିକାଶ ପାଇଁ ସେମାନଙ୍କୁ ଅଧିକାର ଦିଆଯାଇଛି ।

ଶାହ କହିଛନ୍ତି ଯେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମହିଳା ଓ ଆଦିବାସୀ ଭଳି ଅନୁନ୍ନତ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ଓ ବିକାଶ ହୋଇପାରିଛି । ଜମ୍ମୁ କଶ୍ମୀରରେ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ରାଜ୍ୟରେ ୭ଟି ମେଡିକାଲ କଲେଜ ଓ ୨ଟି ଏମ୍ସ ପ୍ରତିଷ୍ଠା କରାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ, ନକ୍ସଲବାଦ ଓ ପୂର୍ବେତ୍ତରରେ ଉଗ୍ରବାଦୀ ବଳ ବିରୋଧରେ ଲଢ଼ଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ଯେକୌଣସି ସ୍ଥାନରେ ଦଙ୍ଗା ଅଥବା ହିଂସା ହେଲେ ସେଠାରେ ସିଆରପିଏଫକୁ ମୁତୟନ କରାଯାଉଛି । ସିଆରପିଏଫର କାର୍ଯ୍ୟ ଉପରେ ଦେଶର ଜନତାକୁ ସନ୍ତୁଷ୍ଟି ମଧ୍ୟ ମିଳୁଛି । ସ୍ଥାନୀୟ ମୌଲାନା ଆଜାଦ ଷ୍ଟାଡ଼ିୟମରେ ଆୟୋଜିତ ସମାରୋହରେ ସିଆରପିଏଫର ଦିଲ୍ଲୀ-ଏନସିଆରରେ ସ୍ଥିତ ମୁଖ୍ୟାଳୟ ବାହାରେ ପରେଡ ଆୟୋଜନ କରାଯାଇଛି ।