ନୂଆଦିଲ୍ଲୀ: ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ବ୍ୟାନ ଲଗାଇବା ପରେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । କର୍ଣ୍ଣାଟକର ୨ଜଣ ଛାତ୍ରୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଅନ୍ୟପଟେ ହିନ୍ଦୁ ସେନା ନେତା ସୁରଜୀତ ଯାଦବ ମଧ୍ୟ କେବିଏଟ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ହାଇକୋର୍ଟ ଫଇସଲା ଉପରେ ରୋକକୁ ଏକତରଫା ଆଦେଶ ନଦେବାକୁ ଦାବି କରିଛନ୍ତି ।
କର୍ଣ୍ଣାଟକ ହାଇକୋର୍ଟ ହିଜାବ ବିବାଦ ଉପରେ ଫଇସଲା ଦେବାକୁ ଯାଇ କହିଥିଲେ ଯେ, ହିଜାବ ପିନ୍ଧିବା ଇସଲାମ ଧର୍ମର ଆବଶ୍ୟକ ଧାର୍ମିକ ପ୍ରଥାର ଅଂଶ ନୁହେଁ । ଏଥିସହିତ ଶ୍ରେଣୀଗୃହରେ ହିଜାବ ପିନ୍ଧିବାର ଛାତ୍ରୀଙ୍କ ଅନୁରୋଧକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି ।