ନୂଆଦିଲ୍ଲୀ : ଋଷ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ନାଟୋରେ ସାମିଲ ହେବ ନାହିଁ । ଋଷୀୟ ନ୍ୟୁଜ ଏଜେନ୍ସି ମୁତାବକ, ୟୁକ୍ରେନକୁ ଏହି ତଥ୍ୟକୁ ସ୍ୱୀକାର କରିବାକୁ ପଡ଼ିବ କି ସେ ନାଟୋରେ ସାମିଲ ହେବ ନାହିଁ ବୋଲି ଜେଲେନସ୍କି କହିଛନ୍ତି ।
ଋଷ ଓ ୟୁକ୍ରେନ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବା ଯୋଗୁ କୂଟନୀତିକ କଥାବାର୍ତ୍ତା ଲାଗି ବାଟ ଫିଟିଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଭିଡିଓ କନଫ୍ରେନ୍ସିଂ ଜରିଆରେ ହୋଇଥିଲା । ଅନ୍ୟପଟେ ଋଷୀୟ ସେନାର ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ ଜାରି ରହିଛି ।