ନୂଆଦିଲ୍ଲୀ: ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଜେନେରାଲ ଇନସ୍ୟୁରେନ୍ସ କର୍ପୋରେସନର ପୂର୍ବ ସିଏମଡି ଏଲିସ ଜୀଭାର୍ଗିସୀଙ୍କୁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶକ ରୂପେ ବୋର୍ଡରେ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ, ଟାଟା ସନ୍ସର ବୋର୍ଡ ଫେବୃଆରୀ ୨୦୨୨ରେ ଏନ ଚନ୍ଦ୍ରଶେଖରନଙ୍କୁ ୫ ବର୍ଷ ପାଇଁ ଟାଟା ସନ୍ସର ଚେୟାରମ୍ୟାନ ରୂପେ ନିଯୁକ୍ତ କରିଥିଲା । ଚନ୍ଦ୍ର ଶେଖରନଙ୍କ ଗତ କାର୍ଯ୍ୟକାଳ ୨୦୨୨ ଫେବୃଆରୀ ୨୦ରେ ଶେଷ ହୋଇଥିଲା । ଏହାପରେ ତାଙ୍କୁ ଆଉ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା ।