ଇନଷ୍ଟାଗ୍ରାମ ଉପରେ ରୋକ ଲଗାଇଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଋଷ ଲଗାତାର ଭାବେ ସୋସିଆଲ ମିଡିଆ ଉପରେ ରୋକ ଲଗାଉଛି । ଆଜି ଋଷ ଇନଷ୍ଟାଗ୍ରାମ ପରିଚାଳନା ଉପରେ ରୋକ ଲଗାଇଛି । ଋଷ ସୈନିକଙ୍କ ବିରୋଧରେ ହିଂସା ବଢ଼ାଇବା ପାଇଁ ଏହାର ଉପଯୋଗ କରାଯାଉଥିବା ଆରୋପ ଲଗାଇ ଋଷ ଇନଷ୍ଟାଗ୍ରାମ ବ୍ଲୋକ କରିଦେଇଛି ।
ଏହାପୂର୍ବରୁ ମାର୍ଚ୍ଚ ପ୍ରାରମ୍ଭରେ ଋଷ ଫେସବୁକ ଓ ଟ୍ୱିଟର ଉପରେ ରୋକ ଲଗାଇଥିଲା । ୟୁକ୍ରେନରେ ସୈନ୍ୟ ଅଭିଯାନ ବିରୋଧରେ ତଥ୍ୟ ନିୟନ୍ତ୍ରିତ କରିବାର ବ୍ୟାପକ ପ୍ରୟାସ ଯୋଗୁ ଋଷ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।