ପଶ୍ଚିମବଙ୍ଗରେ ଓଲଟିଲା ଯାତ୍ରୀବାହୀ ଡ଼ଙ୍ଗା, ୨୭ନିଖୋଜ

ପଶ୍ଚିମବଙ୍ଗ,ଏଜେନ୍ସି: ଗୁରୁବାର ସନ୍ଧ୍ୟାରେ ମାଳଦା ଜିଲ୍ଲା ଚଞ୍ଚଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହାନନ୍ଦା ନଦୀରେ ଏକ ଯାତ୍ରୀବାହୀ ଡ଼ଙ୍ଗା ଦୁର୍ଘଟଣା ଘଟିଛି। ଡଙ୍ଗାରେ ୫୦ଜଣ ଯାତ୍ରୀ ରହିଥିବା ବେଳେ ଉଦ୍ଧାରକାରୀ ଦଳ ୩ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି। ସେହିପରି ୨୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମହାନନ୍ଦା ନଦୀରେ ଡ଼ଙ୍ଗାଟି ଜଗନ୍ନାଥପୁରଠାରୁ ଦିନାଜପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଡ଼ଙ୍ଗାରେ ଯାତ୍ରୀଙ୍କ ଛଡ଼ା ସାଇକେଲ ଓ ମୋଟରସାଇକେଲ ମଧ୍ୟ ଲଦା ହୋଇଥିଲା। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଉଦ୍ଧାରକାର୍ୟ୍ୟ ଜାରି ରହିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ମାଳଦା ଆରକ୍ଷୀ ଅଧିକ୍ଷକ ଆଲୋକ ରାଜରୀଆ ସୂଚନା ଦେଇଛନ୍ତି।