ବଡ଼ ପରଦାକୁ ଓହ୍ଲାଇଲା ‘ମିଷ୍ଟର ମଜନୁ’, ‘ଦିସ ଇଜ ମାୟାରେ ବାୟା’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦଶହରା ଅବସରରେ ଶୁକ୍ରବାର ମିଷ୍ଟର ମଜନୁ ରିଲିଜ ହୋଇଯାଇଛି। ତରଙ୍ଗ ସିନେ ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆଜି ବଡ଼ ପରଦାକୁ ଓହ୍ଲାଇଛି। ତେବେ ଏହି ଫିଲ୍ମଟିରେ ବାବୁସାନ୍‌, ଶୀତଲ,ସୂରମୟୀ , ଦିବ୍ୟା, ମିହିର ଦାସ ଏବଂ ରାଇମୋହନଙ୍କୁ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦେଇନ୍ତି ଅଶୋକ ପତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର , ଡ଼ ନିର୍ମଳ ନାୟକ ସଂଳାପକାର। ବାପୁ ଗୋସ୍ୱାମୀ ଏବଂ ଡ଼ ନିର୍ମଳ ନାୟକ ଏହାର ଗୀତିକାର।
ସେହିପରି ସାର୍ଥକ ଫିଲ୍ମ ପ୍ରଡକ୍ସନରର ୨୭ତମ ଚଳଚ୍ଚତ୍ର ‘ଦିସ ଇଜ ମାୟାରେ ବାୟା’ ରିଲିଜ୍ ହେଉଛି। ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର, ଝିଲିକ୍ , ସ୍ୱରାଜ, ଏବଂ ଏଲିନାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ମଳୟ ମିଶ୍ର ଏହାର ସଙ୍ଗୀତକାର ।