ଗୁଜୁରାଟ,ଏଜେନ୍ସି: ୪ ରାଜ୍ୟରେ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନିଜ ମା’ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ତାଙ୍କ ମା’ ହୀରାବେନଙ୍କ ସହ ଦେଖା କରିବା ସହ ରାତ୍ର ଭୋଜନ କରିଛନ୍ତି। ୨ ଦିନିଆ ଗୁରୁଜାଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଏକ ମେଗା ରୋଡ ଶୋ’ କରିଥିଲେ।
ଏପଟେ ଦୁଇ ଦିନିଆ ଗସ୍ତରେ ମୋଦୀ ଗୁଜୁରାଟ ଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।