ୟୁକ୍ରେନ ସେନାରେ ଯୋଗଦେଲେ ତାମିଲନାଡ଼ୁ ଯୁବକ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ଋଷ ବିରୁଦ୍ଧରେ ଲଢ଼ିବା ପାଇଁ ତାମିଲନାଡ଼ୁର ଜଣେ ଯୁବକ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି । ତାମିଲନାଡ଼ୁ ବାସିନ୍ଦା ୨୧ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ସୈନିକେଶ ରବିଚନ୍ଦ୍ରନ୍ । ରବିଚନ୍ଦ୍ରନଙ୍କ ଭାରତୀୟ ସେନାରେ ଯୋଗଦେବାର ସ୍ୱପ୍ନ ସାକାର ହୋଇପାରିନଥିବାରୁ ଏବେ ଆକ୍ରମଣକାରୀ ଋଷ ବିରୁଦ୍ଧରେ ଲଢ଼ିବା ପାଇଁ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି । ଏକଥା ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ କିଛି କେନ୍ଦ୍ରୀୟ ଖୁଫିଆ ଅଧିକାରୀ ସୈନିକେଶ ରବିଚନ୍ଦ୍ରନଙ୍କ ବିଷୟରେ ଜାଣିବା ପାଇଁ ତାଙ୍କ ଘରେ ପହଂଚିଥିଲେ ।

ପୁଲିସର କହିବା ମୁତାବକ, ଭାରତୀୟ ସେନା କଥିତ ରୂପେ ଉଚ୍ଚତା କାରଣରୁ ୨ଥର ସୈନିକେଶ ରବିଚନ୍ଦ୍ରନଙ୍କ ଆବେଦନ ଖାରଜ କରିଥିଲା । ରବିଚନ୍ଦ୍ରନ୍ ଏହାପୂର୍ବରୁ ଆମେରିକା ସଶସ୍ତ୍ର ବଳରେ ଯୋଗ ଦେବା ଲାଗି ଆମେରିକାର ବାଣିଜ୍ୟ ଦୂତବାସଙ୍କ ସହ ଯୋଗାଯୋଗ କରିଥିଲେ । ରବିଚନ୍ଦ୍ରନ୍ ୟୁକ୍ରେନରେ ଏରୋସ୍ପେଶ ଇଞ୍ଜିନିୟରିଂ ପଢ଼ୁଥିବା ତାଙ୍କ ପିତା-ମାତା ସୂଚନା ଦେଇଛନ୍ତି ।