ସୁମିରେ ଫସିଥିବା ଭାରତୀୟ ଛାତ୍ର ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନର ସୁମି ସହରରେ ଫସି ରହିଥିବା ୬୯୪ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରାଯାଇଛି । ସମସ୍ତ ଛାତ୍ର ଏବେ ପୋଲଟାବା ରାସ୍ତାରେ ଅଛନ୍ତି । ସେଠାରୁ ସେମାନେ ପଶ୍ଚିମ ୟୁକ୍ରେନ ପାଇଁ ଟ୍ରେନରେ ଯାତ୍ରା କରିବେ । ଉକ୍ତ ଛାତ୍ରଙ୍କୁ ଘରେ ପହଞ୍ଚାଇବା ପାଇଁ ଅପରେସନ ଗଙ୍ଗା ଜରିଆରେ ଉଡ଼ାଣ ପାଇଁ ପ୍ରସ୍ତୁତି କରାଯାଉଛି । ଏନେଇ ବିଦେଶ ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ବାଗଚୀ ଭାରତୀୟ ଛାତ୍ରଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।