ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଂଚିଛି । ଏଭଳି ସ୍ଥିତିରେ ଋଷର ୧୨ ହଜାର ସୈନ୍ୟଙ୍କୁ ନିପାତ କରିଥିବା ନେଇ ୟୁକ୍ରେନ ଦାବି କରିଛି । ଏଥିସହିତ ୮୦ ଲଢ଼ୁଆ ହେଲିକପ୍ଟର ଓ ୩୦୩ ଟ୍ୟାଙ୍କ ଧ୍ୱଂସ କରିଥିବା ନେଇ ମଧ୍ୟ ୟୁକ୍ରେନ ଦାବି କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୟୁକ୍ରେନର ସୁମୀରେ ଋଷର ଆକ୍ରମଣ ପରେ ୨ ଶିଶୁଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି ।