ବେଲଗାଁ ୩୧ ନମ୍ବର ଜୋନର ବିଜେଡି ପ୍ରାର୍ଥିନୀ ରୀତାରାଣୀ ହାତୀ ୧୦ମ ରାଉଣ୍ଡରେ ୩,୩୪୩ ଭୋଟରେ ଆଗୁଆ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ୩୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ବିଜେଡ଼ି ରିତାରାଣୀ ହାତୀ, କଂଗ୍ରେସରୁ ଦ୍ରୌପଦୀ ବେହେରା ଓ ବିଜେପିର ଉର୍ମିଳା ରଣା ମଇଦାନରେ ଓଲ୍ଲାଇଥିଲେ। ଆଜି ସଇଁତଲା କଲେଜ ପରିସରରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ରିତାରାଣୀ ହାତୀ ୧୦ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥିନୀ ଦ୍ରୌପଦୀ ବେହେରାଙ୍କ ଠାରୁ ୩୩୪୩ ଭୋଟରେ ଆଗୁଆ ରହିଛନ୍ତି।

ଏହା ବେଲଗାଁ, ଶିଶକେଲା, ଘୁନସର, କଅଁସର, ଭଦ୍ରା ଓ ଡୁଙ୍ଗୁରିପାଲି ପଞ୍ଚାୟତକୁ ନେଇ ଗଠିତ। ଏଥିରେ ସଇଁତଲା ବିଡିଓ ତଥା ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏହି ଗଣତି ସମୟରେ ସଇଁତଲା ତହସିଲଦାର ସୁରେନ୍ଦ୍ର ମେହେର, ଆଇଆଇସି ଅବନୀ ସାହୁ, ମାଜିଷ୍ଟ୍ରେଟ ଲଳିତ ବାଗ, ଜିଲ୍ଲା ନୋଡାଲ ନିର୍ବାଚନ ଦାୟିତ୍ୱରେ ଅଧିକାରୀ ରୀନା କୁମାରୀ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି।