ମୁମ୍ବାଇ: ମୁମ୍ବାଇରେ ମାର୍ଚ୍ଚ ୨ରୁ ପୂର୍ଣ୍ଣ ରୂପେ ସବୁ ସ୍କୁଲ ଖୋଲିଯିବ । କରୋନା ମାମଲା କମିବା ଯୋଗୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଫଳରେ ଏବେ ସ୍କୁଲରେ ୧୦୦ ପ୍ରତିଶତ କ୍ଷମତା ସହ ପାଠପଢ଼ା ହେବ । ସରକାରଙ୍କ ଏହି ପଦକ୍ଷେପରେ ଅଭିଭାବକ ଖୁସି ଥିବା ସୂଚନା ମିଳିଛି । କାରଣ ସ୍କୁଲ ବନ୍ଦ ରହିବା ଯୋଗୁ ୨ ବର୍ଷ ହେବ ପିଲାମାନେ ଘରେ ରହି ଅନଲାଇନରେ ପାଠ ପଢ଼ିଛନ୍ତି ।
ବିଏମସି ଏହି ଘୋଷଣା କରିବା ପୂର୍ବରୁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ରାଜ୍ୟରେ ପୁଣିଥରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଏହି ସମ୍ବନ୍ଧରେ ସେ ଟ୍ୱିଟ୍ ମାଧ୍ୟମରେ ଜଣାଇଥିଲେ । ଏହି ବୈଠକରେ ପିଲାଙ୍କ ଉପସ୍ଥିତି, କାର୍ଯ୍ୟବିଧି ଓ ସ୍କୁଲ ବସ୍ ସେବା ଆରମ୍ଭ ହେବା ନେଇ ଚର୍ଚ୍ଚା ହୋଇଥିଲା ।