ଋଷ ସହ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ୪୦ ଘଣ୍ଟା ଧରି ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଋଷ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା । ଆଉ ଏବେ ୟୁକ୍ରେନ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଏନେଇ ଋଷ ନ୍ୟୁଜ ଏଜେନ୍ସି ତାଷ ସୂଚନା ପ୍ରଦାନ କରିଛି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ।