ଦିଲ୍ଲୀରେ ହଟିଲା କଟକଣା: ଏପ୍ରିଲ ପହିଲାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଲଗାତାର ଭାବେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧ରୁ ସ୍କୁଲ ସମ୍ପୂର୍ଣ୍ଣ ରୂପେ ଖୋଲିଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଏଥିସହିତ ଦିଲ୍ଲୀରେ ସବୁ କଟକଣା ହଟିବାକୁ ଯାଉଛି । ମାସ୍କ ନ ପିନ୍ଧିଲେ ୨ ହଜାର ବଦଳରେ ୫୦୦ ଟଙ୍କା ଜୋରିମାନା ଭରିବାକୁ ପଡ଼ିବ । ବସ ଓ ମେଟ୍ରୋରେ ଛିଡ଼ା ହୋଇ ଯିବାକୁ ଅନୁମତି ମିଳିବ । ନାଇଟ କର୍ଫ୍ୟୁ ହଟୁଥିବାରୁ ରେସ୍ତୋରାଁ ଓ ଦୋକାନ ସମୟସୀମା ମଧ୍ୟ ଲାଗୁ ହେବନାହିଁ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୫୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି । ସଂକ୍ରମଣ ଦର ୧. ୧୦ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ୫୮ହଜାର ୧୫୪ ହୋଇଥିବାବେଳେ ୨୬ହଜାର ୧୧୫ଜଣଙ୍କର ମୃତ୍ୟୁ ଘଟିଛି ।