୨୪ ଘଣ୍ଟାରେ ଆମେରିକା ଓ ଜର୍ମାନୀରେ ୨ ଲକ୍ଷ କରୋନା ପଜିଟିଭ୍‌, ୧୭୨୬ ମୃତ

ୱାଶିଂଟନ୍‌,ଏଜେନ୍ସି: ଆମେରିକା-ଜର୍ମାନୀ ସମେତ ବିଶ୍ବରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ଜର୍ମାନୀରେ ୧ ଲକ୍ଷ ୫୮ ହଜାର ୫୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୧ ହଜାର ୯୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୩୬୯ ଜଣଙ୍କର ମୃତ୍ୟୁ ହୋଇଛି। ଆମରେିକାରେ ୫୩ ହଜାର ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୯୮ ହଜାର ୫୦୦ ଲୋକ ସୁସ୍ଥ ହୋଇଥିଲା ବେଳେ ୧୩୯୭ ଜଣଙ୍କର ମୃତ୍ୟୁ ହୋଇଛି।

ଆମେରିକାରେ ଏପର୍ଯ୍ୟନ୍ତ ମୋଟ ୮ କୋଟି ୨ ଲକ୍ଷ ୫୨ ହଜାର ୯୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫ କୋଟି ୨୦ ଲକ୍ଷ ୬୪ ହଜାର ୨୮୧ ଜଣ ଲୋକ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ଦେଶରେ ୯ ଲକ୍ଷ ୬୩ ହଜାର ୧୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨ କୋଟି ୭୨ ଲକ୍ଷ ୨୫ ହଜାର ୫୬୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୧୦ ହଜାର ୭୭୧ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

ଫ୍ରାନ୍ସରେ ଏହାରି ମଧ୍ୟରେ ୨ କୋଟି ୨୪ ଲକ୍ଷ ୧ ହଜାର ୪୦୬ ଜଣ ଲୋକଙ୍କୁ କରୋନା ହୋଇସାରିଛି । ଏଥିରୁ ୧ କୋଟି ୯୭ ଲକ୍ଷ ୪୦ ହଜାର ୩୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୩୭ ହଜାର ୨୭୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୬ ଲକ୍ଷ ୫୩ ହଜାର ୮୦୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୦୫୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।