ଗୁଜୁରାଟ,ଏଜେନ୍ସି: କର୍ଣ୍ଣାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଗୁଜୁରାଟରେ ମଧ୍ୟ ଦେଖିବାକୁ ମିଳିଛି। ସୁରାତର ଭରାଚାରେ ଅବସ୍ଥିତ ପିପି ସାଭାନି ସ୍କୁଲରୁ ଆସିଛି ହିଜାବକୁ ନେଇ ଏକ ଘଟଣା। ମୁସଲିମ୍ ଛାତ୍ରୀମାନେ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ବେଳେ ଏହା ଉପରେ ରୋକ୍ ଲଗାଇଥିଲେ ବିଶ୍ୱ ହିନ୍ଦୁ ସଂଗଠନ। ତେବେ ଠିକ୍ ଏହି ସମୟରେ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ୧୫ ଜଣ ସଦସ୍ୟଙ୍କୁ ଥାନାକୁ ନେଇ ଯାଇଛି।
ସୁଚନା ଅନୁସାରେ ଆଜି ୪ରୁ ୫ ଜଣ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ବେଳେ ଏହାର କିଛି ଭିଡ଼ିଓ ଉତ୍ତୋଳନ କରି ହିନ୍ଦୁ ଛାତ୍ର ବିଶ୍ୱ ହିନ୍ଦୁ ପରିଷଦ ସଂଗଠନକୁ ପଠାଇ ଦେଇଥିଲେ। କିଛି ସମୟ ପରେ ଏହି ସଂଗଠନ ର କିଛି ସଦସ୍ୟ ସ୍କୁଲରେ ପହଂଚି ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ। ପ୍ରିନ୍ସପାଲଙ୍କ ସହ କଥା ହେବା ପାଇଁ ତାଙ୍କ କକ୍ଷରେ ମଧ୍ୟ ପ୍ରବେଶ କରି ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ।
ଏହି ସମୟରେ ପୁଲିସ ୧୫ ଜଣ ସଦସ୍ୟଙ୍କୁ ଉଠାଇ ଥାନାକୁ ନେଇ ଆସିଛି। ତେବେ ଏହି ସମୟରେ ସଂଗଠନର ନେତା ନିଲେଶ ଅକବରୀ କହିଛନ୍ତି ଯେ “ ଗୁଜୁରାଟରେ ସାହିନବାଗ୍ ଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା ଚାଲିଛି।
ତେଣୁ ଆମେ ପ୍ରନ୍ସପାଲଙ୍କ ପାଖରେ ପହଞ୍ଚି ସ୍କୁଲରେ କଣ ପାଇଁ ଗୋଟିଏ ୟୁନିଫର୍ମ ପିନ୍ଧି ଆସିବା ନିୟମକୁ ପାଳନ କରାଯାଉନି ପଚାରିଥିଲ। ତେବେ ପୁଲିସ ବର୍ତ୍ତମାନ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅଟକାଇ ପଚରାଉଚରା କରୁଛି।