ନୂଆଦିଲ୍ଲୀ,ଏଜେନ୍ସି: କୋର୍ବେଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ୧୨ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ମଞ୍ଜୁରୀ ମିଳିଛି। ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ ହୋଇଛି କରୋନା ଟିକା କୋର୍ବେଭାକ୍ସ।
ତେବେ ୧୨ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଏହି ଟିକା ଦିଆଯିବ। ଏହାସହିତ ଦୁଇଟି ଡୋଜରେ ହିଁ କିଶୋରମାନେ ଟିକା ନେବେ। ତେବେ ପୂର୍ବରୁ ଜାନୁଆରୀ ୩ ତାରିଖ ଦିନ କୋଭାକ୍ସିନ ୧୫ରୁ ୧୮ କିଶୋରଙ୍କ ପାଇଁ ଅନୁମତି ପାଇଥିଲା। ଏହା ଭାରତ ବାୟୋଟେକ କମ୍ପାନୀର ଅଟେ।