ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଟି-୨୦ରେ ଭାରତ ୬ୱିକେଟ୍ରେ ବିଜୟୀ ହେବା ପରେ ଆତ୍ମବଳ ବଢ଼ିଯାଇଥିଲା। ଘରୋଇ ଦଳ ଅତିଥି ଟିମ୍କୁ ୨ୟ ମୁକାବିଲାରେ ୮ ରନ୍ରେ ପରାସ୍ତ କରିଥିଲା। ୨ୟ ମ୍ୟାଚ୍ର ଶେଷ ଓଭରରେ ୪ଟି ବଲରେ ୪ଟି ଛକା ଦରକାର ଥିଲା। କିନ୍ତୁ ହର୍ଷଲ ପଟେଲଙ୍କ ଉପରେ ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରାଭମେନ୍ ପାୱେଲେ ଓ କିରଣ ପୋଲାର୍ଡ ନିଜର ସାଥୀ କାଲୋର୍ସ ବ୍ରାଥୱେଟ୍ ଆବଶ୍ୟକ ରନ୍ ପୂରଣ କରିପାରି ନଥିଲେ।
୨ୟ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୧୮୬ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୩ ୱିକେଟ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା। ବିରାଟ କୋହଲ ୪୧ଟି ବଲ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ । ଋଷଭ ପନ୍ତ ୨୮ଟି ବଲ ଖେଳି ଅପରାଜିତ ୫୨ ରନ୍ କରିଥିଲେ। ଏହି ଉଭୟ ଖେଳାଳି ସମାନ ରନ କରିବା ସହିତ ୭-୭ ଚୌକା ଓ ଗୋଟିଏ ଲେଖାଏଁ ଛକା ମାରିଥିଲେ। ପନ୍ତ ଓ ଭେଙ୍କଟେଶ ଆୟର(୩୩ ରନ୍) ୫ମ ୱିକେଟ୍ ପାଇଁ ୩୫ଟି ବଲରେ ୭୬ ରନ୍ କରିଥିଲେ।