ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ବିଜେପିରେ ସାମିଲରେ ପୋଷ୍ଟର ଗର୍ଲ ପଲ୍ଲବୀ ସିଂ। ଲଡ଼କି ହୁଁ ଲଡ଼ ସକତି ହୁଁ ର ପଲ୍ଲବୀ ସିଂ ତୃତୀୟ ପୋଷ୍ଟର ଗର୍ଲ ହୋଇଥିବା ବେଳେ ପୁର୍ବରୁ ମଧ୍ୟ ଅନ୍ୟ ଦୁଇ ଜଣ ମଧ୍ୟ ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଆରୋପ ଲଗାଇ ବିଜେପିରେ ସାମିଲ ହୋଇଥିଲେ।
ପୁର୍ବରୁ ବିଜେପିରେ ମିଶିଥିବା ପ୍ରିୟଙ୍କା ମୌର୍ଯ୍ୟ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ଟିକେଟ୍ ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗ କରିଥିଲେ। ସେ ଏହା ଲେଖିଥିଲେ ମୁଁ ଝିଅ ଏବଂ ମୁଁ ଲଢି ପାରିବି ହେଲେ ଟିକେଟ୍ ପାଇ ପାରିବି ନାହିଁ। କାରଣ ମୁଁ ଓବିସି ହୋଇଥିବାରୁ ପ୍ରିୟଙ୍କା ଗାନ୍ଧି ଙ୍କ ସଚିବ ସନ୍ଦୀପ ସିଂ କୁ ଟଙ୍କା ଦେଇପାରିଲି ନାହିଁ। ତେବେ ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଯେ ଜାତିବାଦ କାରଣରୁ ବିଧାୟକ ନରେଶ ସୈନ୍ୟ ମଧ୍ୟ ଦଳ ଛାଡ଼ିଥିଲେ।