ଦେଶୀ ମଦ ଭାଟିକୁ ଯିବା ପାଇଁ ନିର୍ମାଣ ହୋଇଛି କଂକ୍ରିଟ ରାସ୍ତା

ଦେଓଗାଁ,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକରେ ଆଜି ବି ଏମିତି ଗାଁ ଅଛି ଯେଉଁଠିକୁ ଯିବା ପାଇଁ ପକ୍କା ରାସ୍ତାଟିଏ ନାହିଁ । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଲୋକେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ହେଲେ ଦେଶୀ ମଦ ଭାଟିକୁ ଯିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ଗୁଡ଼ଭେଳା ବ୍ଲକ ମାଢ଼େକେଲା ପଞ୍ଚାୟତର ତୁଷୁରା-ଗୁଡ଼ଭେଲା ପୂର୍ତ୍ତ ବିଭାଗ ରାସ୍ତାରୁ ଶିରାବାହାଲ ଦେଶି ମଦ ଭାଟିକୁ ଯାଇଥିବା କଞ୍ଚା ରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷର ପଞ୍ଚଦଶ ଅର୍ଥ କମିଶନ(୫ମ ଏସଏଫସି ଜିଲ୍ଲା ପରିଷଦ) ପାଣ୍ଠିରୁ ୫ଲକ୍ଷ ୨୮ ହଜାର ୫୮୩ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଫଳକରୁ ଜଣାପଡ଼ିଛି । ଏନେଇ ଗୁଡ଼ଭେଳ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି ମୋ ପୂର୍ବରୁ ଥିବା ଯନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି ।