ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ କମିବାରେ ଲାଗିଛି । ଭାରତରେ ଏବେ ସ୍ଥିତି ମଧ୍ୟ ସୁଧୁରିବାରେ ଲାଗିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ଏବେ ସର୍ବମୋଟ ୭.୯ ଲକ୍ଷ ସକ୍ରିୟ କରୋନା ମାମଲା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦୁନିଆରେ କରୋନା ମାମଲା କମୁଛି । ୪୦ ପ୍ରତିଶତ ମାମଲା ୧୦ଟି ଦେଶରୁ ଆସୁଛି । ଭାରତରେ ଗତ ୨୪ ଘଣ୍ଟାରେ ୬୭ହଜାର ୮୪ ମାମଲା ସାମ୍ନାକୁ ଆସିଛି । ସକ୍ରମଣ ଦର ୪.୪ ପ୍ରତିଶତ ରହିଛି ।
ନୀତି ଆୟୋଗ ସଦସ୍ୟ ବୀ.କେ ପାଲ କହିଛନ୍ତି ଯେ, ବର୍ତ୍ତମାନ କରୋନା ସ୍ଥିତିରେ ଅନେକ ସୁଧାର ଆସିଛି । କିନ୍ତୁ କେରଳ, ମିଜୋରାମ ଓ ହିମାଚଳ ପ୍ରଦେଶରେ ଭାରୀ ସଂଖ୍ୟାରେ ମାମଲା ସାମ୍ନାକୁ ଆସୁଛି । ସେଥିପାଇଁ ସାବଧାନତା ଅବଲମ୍ବନ କରିବା ଜରୁରୀ ।