ବିଜେପିରେ ଯୋଗଦେଲେ ପୂର୍ବ ରେସଲର ଦି ଗ୍ରେଟ ଖଲୀ

ନୂଆଦିଲ୍ଲୀ: ପୂର୍ବତନ ରେସଲର ଦି ଗ୍ରେଟ ଖଲୀ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କୁ ପାର୍ଟିର ସଦସ୍ୟତା ପ୍ରଦାନ କରିଛନ୍ତି । ହିମାଚଳ ପ୍ରଦେଶରେ ରହୁଥିବା ଦି ଗ୍ରେଟ ଖଲୀ ବିଜେପିରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ମୋଦୀଙ୍କ ରୂପରେ ଦେଶକୁ ସଠିକ ପ୍ରଧାନମନ୍ତ୍ରୀ ମିଳିଛି ବୋଲି ମୋଦୀ କହିଛନ୍ତି ।

ସୂଚନାଯୋଗ୍ୟ, ଖଲୀଙ୍କ ପ୍ରକୃତ ନାମ ଦଲୀପ ସିଂହ ରାଣା । ବିଜେପିରେ ଯୋଗ ଦେବା ପରେ ଖଲୀ କହିଛନ୍ତି ଯେ, ବିଜେପିରେ ଯୋଡ଼ିବା ପରେ ଭଲ ଲାଗୁଛି । ଟଙ୍କା କମାଇବାର ଥିଲେ ଆମେରିକାରେ ରହିଥାନ୍ତି । କିନ୍ତୁ ମୋର ଦେଶ ପ୍ରତି ଥିବା ଭଲ ପାଇବା ଯୋଗୁ ପଳାଇ ଆସିଲି ।