ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆ: ଟସ୍ ଜିତି ଭ୍ରମଣକାରୀ ଦଳର ବୋଲିଂ ନିଷ୍ପତି

ଅହମ୍ମଦାବାଦ,ଏଜେନ୍ସି: ଭାରତୀୟ କ୍ରିକେଟ୍ ଟିମ୍ ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ତେବେ ଆଜି ଭାରତ ଦ୍ୱିତୀୟ ମୁକାବିଲ ବିଜୟ ସହିତ ଶୃଙ୍ଖଳା ହାତେଇବାକୁ ଲକ୍ଷ୍ୟ ରଖିଥିଲା ବେଳେ ଭ୍ରମଣକାରୀ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି।

ଆଜି ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରନ ପୋଲାର୍ଡ ଖେଳୁ ନଥିଲା ବେଳେ ତାଙ୍କ ବଦଳରେ ଉପ-ଅଧିନାୟକ ନିକୋଲସ ପୁରାନ ଦଳର ନେତୃତ ନେଉଛନ୍ତି। ତେବେ ଆଜି ଭାରତ ଇଶାନ କିଶାଇନ୍‌ଙ୍କ ବଦଳରେ କେ ଏଲ୍ ରାହୁଲଙ୍କୁ ରୋହିତଙ୍କ ଓପନିଂ ସାଥି ପାଇଁ ଦଳରେ ସାମିଲ କରିଛି।

ଭାରତ: ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ଋିଷଭ ପନ୍ତ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଯୁଜଭେନ୍ଦ୍ର ଚହଲ, ପ୍ରସାଦ କୃଷ୍ଣ।

ୱେଷ୍ଟଇଣ୍ଡିଜ୍: ଶାଇ ହୋପ୍, ବ୍ରେଣ୍ଡନ୍ କିଙ୍ଗ, ଡାରେନ୍ ବ୍ରାଭୋ, ଶାମର ବ୍ରୁକ୍ସ, ନିକୋଲାସ୍ ପୁରାନ୍, ଜେସନ୍ ହୋଲ୍ଡର୍, ଓଡିଆନ୍ ସ୍ମିଥ୍, ଫାବିନ୍ ଆଲେନ୍, ଆକିଲ୍ ହୋସେନ୍, ଅଲଜାରି ଜୋସେଫ, କେମାର ରୋଚ।