ପାଟଣାଗଡ,ଏନ୍ଏନ୍ଏସ୍: ଦୀର୍ଘଦିନ ପରେ ପାଟଣାଗଡର ଦାବି ପୁରଣ କଲେ କେନ୍ଦ୍ର ସରକାର। ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗିତା କୁମାରୀ ସିଂଦେଓଙ୍କ ପ୍ରଚେଷ୍ଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଏକ ନୂତନ ରେଳ ଲାଇନ ବଲାଙ୍ଗିରରୁ ନୂଆପଡା ଭାୟା ପାଟଣାଗଡ ଲାଇନ ସର୍ଭେ ପାଇଁ ପ୍ରଥମ ପର୍ଯ୍ୟାୟରେ ୨ କୋଟି ୫୦ ହଜାର ଟଙ୍କା ମଞ୍ଜୁର କରିଥିବାରୁ ପାଟଣାଗଡ ଅଞ୍ଚଳରେ ଖୁସିର ଲହରୀ ଖେଲିଯାଇଛି।
ଦୀର୍ଘ ଦିନ ହେବ ଅଞ୍ଚଳରେ ରେଳ ଲାଇନ ପାଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରି ଲାଠୋର, କଣ୍ଟାବାଞ୍ଜିରେ ରେଳ ରୋକ କରାଯାଇଥିଲା। ଏଠାରେ ପ୍ରକାଶ ଯେ ଗତ ବର୍ଷ ଅଗଷ୍ଟ ମାସରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ପାଟଣାଗଡ ଆସିଥିଲେ। ଏହି ଅବସରରେ ପାଟଣାଗଡର ବହୁ ସଂଗଠନ ବଲାଙ୍ଗିର ନୂଆପଡା ରେଳ ଲାଇନ ଭାୟା ପାଟଣାଗଡ ଦେଇ ଯିବା ପାଇଁ ଦାବି କରିଥିଲେ। ଏହି ନୂତନ ରେଳ ଲାଇନ ସର୍ଭେ ଘୋଷଣା କରାଯାଇଥିବାରୁ ପାଟଣାଗଡ ଜନସାଧାରଣ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ, ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, କନକବର୍ଦ୍ଧନ ସିଂଦେଓଙ୍କୁ କୃତଜ୍ଞତା ଜଣାଇଛନ୍ତି।
ପାଟଣାଗଡ ବଣିକ ସଂଘ ସଭାପତି ରାଜେଶ ମେହେର, ନାଗରିକ କମିଟି ସଭାପତି ଘନଶ୍ୟାମ ମେହେର, ସାଧାରଣ ସମ୍ପାଦକ ସବ୍ୟସାଚୀ ମାଝୀ, ଲାୟନ୍ସ କ୍ଲବ ସଭାପତି ସଦାଶିବ ସରାଫ, ପ୍ରଦୀପ ବଂଶଲ, ପାଟଣାଗଡ ନଗର ବିଜେପି ସଭାପତି ଶୁଶାନ୍ତ କୁମାର ମହାନ୍ତି, ପାଟଣାଗଡ ବ୍ଲକ୍ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଏନ୍ଏସିର ପୂର୍ବତନ ଚେୟାରମ୍ୟାନ ମାନସ ମଞ୍ଜରୀ ପାଣିଗ୍ରାହୀ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି।