କଟକରେ ଆମ ସାହି ଲାଇବ୍ରେରୀ ଶୁଭାରମ୍ଭ କଲା କମିସନରେଟ ପୁଲିସ

କଟକ,ଏନ୍ଏନ୍ଏସ୍: କମିସନରେଟ ପୁଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରୀ। ପୁଲିସ କମିସନର ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ। ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି।

ପ୍ରଥମ କରି ଆଜି କଟକରେ ଦୁଇଟି ଲାଇବ୍ରେରୀର ଶୁଭାରମ୍ଭ ହୋଇଛି। ଆଗମୀ ଦିନରେ ଏହି ଲାଇବ୍ରେରୀକୁ ଆହୁରି ବିକଶିତ କରାଯିବ। ବହି ସଂଖ୍ୟା ବୃଦ୍ଧି, କମ୍ପୁଟର ଲ୍ୟାବର ବ୍ୟବସ୍ଥା ପଢିବା ହଲ କୁ ଆହୁରି ପ୍ରସସ୍ଥ କରିବାକୁ ଯୋଜନା ରହିଛି।

ଯେହେତୁ କଟକରେ ସାହି ପୂଜା କମିଟି ରହିଛି ତେଣୁ ଆଗମୀ ଦିନରେ ସବୁ ସାହିରେ ଗୋଟିଏ ଲେଖାଏଁ ଏହି ଲାଇବ୍ରେରୀ ଖୋଲିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୁଲିସ।