ନୂଆଦିଲ୍ଲୀ,ଏଜେନ୍ସି: ପ୍ରତି ବର୍ଷ ଫିଲ୍ମ ଦୁନିଆ ସହିତ ଜଡ଼ିତ ଲୋକଙ୍କୁ ଓସ୍କାର ପୁରସ୍କାର ସମାରୋହ ପୂର୍ବରୁ ଏହାର ମନୋନୀତ ତାଲିକାକୁ ଅପେକ୍ଷା କରିବାକୁ ପଡିଥାଏ। ଓସ୍କାର ୨୦୨୨ର ମନୋନୀତ ତାଲିକା ପ୍ରକାଶ ପାଇଛି । ଏଥର ଭାରତର ଏକ ଡକ୍ୟୁମେଣ୍ଟାରି ଫିଲ୍ମକୁ ମନୋନୀତ କରାଯାଇଛି। ଓସ୍କାରର ଫାଇନାଲ ତାଲିକାରେ ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ୱିଥ ଫାୟାର’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ବର୍ଗରେ ମନୋନୀତ କରାଯାଇଛି। ଦେଶବ୍ୟାପୀ ଏହା ନିଶ୍ଚିତ ଭାବେ ଗର୍ବର ବିଷୟ।
ରାଇଟିଙ୍ଗ୍ ୱିଥ ପାୟାର ସାମ୍ବାଦିକତା ଉପରେ ପର୍ଯ୍ୟବେସିତ ଏବଂ ଏହା ପୂର୍ବରୁ ସନଡାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ପେଶାଲ ଜ୍ୟୁରୀ ଆୱାର୍ଡ ମିଳିସାରିଛି। ଏହି ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ୨୦ରୁ ଅଧିକ ଅନ୍ତର୍ଜାତୀୟ ପୁରସ୍କାର ପାଇସାରିଛି। ତେଣୁ ଏହି ଚଳଚ୍ଚିତ୍ରକୁ ନେଇ ଲୋକଙ୍କୁ ଅନେକ ଆଶା ରହିଛି। କୁହାଯାଉଛି ଯେ, ଏଥର ଭାରତ ପାଇଁ ଏହି ଫିଲ୍ମ ନିଶ୍ଚିତ ଭାବେ ଓସ୍କାର ପୁରସ୍କାର ଆଣିବ।
ଏହି ଚଳଚ୍ଚିତ୍ର ସହିତ ଯେଉଁ ଫିଲ୍ମଗୁଡ଼ିକ ମନୋନୀତ ହୋଇଛି, ଏଥିରେ ଆସିନେଶନ, ଏଟିକା ଓ ଫ୍ଲୀ ଆଣ୍ଡ ସମର ଦ ସୋଲ ସାମିଲ ରହିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରିଣ୍ଟୁ ଥୋମାସ ଓ ସୁସ୍ମିତ ଘୋଷ। ଉଭୟଙ୍କର ଏହା ପ୍ରଥମ ଚଳଚ୍ଚିତ୍ର। ଜଣେ ମହିଳା ସାମ୍ବାଦିକା କେଉଁ କେଉଁ ପରିସ୍ଥିତି ଦେଇ କ୍ୟାରିୟର କରିଥାଏ, ତାହାରି ଉପରେ ଚଳଚ୍ଚିତ୍ରର କାହାଣୀ ରହିଛି।
ଫିଲ୍ମର ସହନିର୍ଦ୍ଦେଶକ ସୁସ୍ମିତ ଘୋଷ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ଫିଲ୍ମମେକର ଭାବେ ମୁଁ ଏବଂ ରିନ୍ତୁ ସବୁବେଳେ ବାସ୍ତବିକତା ଓ ଆଶାନୁସାରେ ଫିଲ୍ମ ଉପରେ କାମ କରିଛୁ। ରାଇଟିଙ୍ଗ୍ ୱିଥ ଫାୟାରର ଯାତ୍ରା ଚଳିତ ବର୍ଷ ଭଲ ରହିଛି। ମୋତେ ଏତିକି ଖୁସି ଲାଗୁଛି ଯେ, ଏହି ଚଳଚ୍ଚିତ୍ରକୁ ବିଶ୍ୱବ୍ୟାପୀ ପ୍ରଶଂସା କରୁଛନ୍ତି।