କାଶୀ ବିଶ୍ୱନାଥ ମନ୍ଦିର ହେବ ହାଇଟେକ୍‌, ଦର୍ଶନ ପାଇଁ ଆପ୍‌ସ ମାଧ୍ୟମରେ ହେବ ଟାଇମ୍ ସ୍ଲଟ୍ ବୁକିଂ

ବାରାଣସୀ,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ ତାରିଖରେ ନିଜର ସ୍ୱପ୍ନର ପ୍ରକଳ୍ପ ‘କାଶୀ ବିଶ୍ୱନାଥ ଧାମ’ର ଲୋକାର୍ପଣ କରିଛନ୍ତି। ବିଶ୍ୱନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଏବେ ଏହି କରିର୍ଡରକୁ ହାଇଟେକ କରିବାକୁ ମନ୍ଦିର ପ୍ରଶାସନ ଆଉ ଏକ ପଦକ୍ଷେପ ନେଇଛି। ମହାଶିବରାତ୍ରୀ ଅବସରରେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ବିଶ୍ୱନାଥ ମନ୍ଦିର ପ୍ରଶାସନ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ନାଁରେ ମୋବାଇଲ ଆପ୍ଲିକେଶନ ପ୍ରସ୍ତୁତି କରୁଛି, ଯାହାରି ମାଧ୍ୟମରେ ଶ୍ରଦ୍ଧାଳୁ ଟାଇମ୍ ସ୍ଲଟ ବୁକିଂ କରିପାରିବେ। ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ  ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କର ପ୍ରତିକ୍ରିୟା ମାଗିଛି। ଏହି ଆଧାରରେ ପ୍ରସ୍ତୁତିକୁ ଆହୁରି ସହଜ ଓ ସରଳ କରିବାକୁ ପଦକ୍ଷେପ ନିଆଯିବ।

ଶ୍ରୀକାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ବର୍ମା ଏସଂପର୍କରେ କୁହନ୍ତି ଯେ, ଶ୍ରଦ୍ଧାଳୁଙ୍କୁ ସେମାନଙ୍କର ଟାଇମ୍ କ’ଣ ବୋଲି ପଚରାଯାଇଛି। ଏହି ସୂଚନା ସଂଗ୍ରହ କରାଯାଉଛି ଯେ, ତାଙ୍କର ହିସାବରେ ପ୍ରସ୍ତୁତି କରାଯିବ। ଆପ୍‌ସ ମାଧ୍ୟମରେ ଶ୍ରଦ୍ଧାଳୁ କେଉଁ ସମୟରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚାହୁଁଛନ୍ତି, ତାହା ବୁକିଂ କରିହେବ। ଏହା ଦ୍ୱାରା ମନ୍ଦିର ପ୍ରଶାସନକୁ ମଧ୍ୟ ଭିଡ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରିବ।