ଉତ୍ତରପ୍ରଦେଶ: ବିଧାନସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ଜରିଆରେ ନିଜ ସମର୍ଥକ ଓ କର୍ମକର୍ତ୍ତାଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥାଏ । ଏହି ବ୍ୟବସ୍ଥା ସର୍ବଦା ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ହୋଇଥାଏ । କିନ୍ତୁ ଏଥର ବିଧାନସଭା ନିର୍ବାଚନରେ ଏହାକୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ଆୟୋଗକୁ ନିବେଦନ କରିଥିଲେ । ନିର୍ବାଚନ ଆୟୋଗର ଅନୁମତି ପରେ ଏବେ ସମସ୍ତ ରାଜୈତିକ ଦଳ କର୍ମକର୍ତ୍ତା ଓ ସମର୍ଥକଙ୍କ ପାଇଁ ଏକ ଖାଦ୍ୟ ପ୍ଲେଟର ବ୍ୟବସ୍ଥା କରିପାରିବେ । ଏଥିପାଇଁ ଆୟୋଗ ତରଫରୁ ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି ।
ଏହାପରେ ୨୨୫ ଟଙ୍କାର ଥାଳିରେ ୪ଟି ରୋଟୀ, ଡାଲି, ପନିର ତରକାରୀ, ଭଜା, ରାଇତା, ଭାତ, ସାଲାଡ ଓ ଗୋଟେ ମିଠା ରହିବ । ପ୍ରକୃତରେ ଏହି ପରିବର୍ତ୍ତନ କରୋନା ଯୋଗୁ କରାଯାଇଥିବା ଜଣାପଡ଼ିଛି ।