ବିଜେପି ଜିଲ୍ଲାପରିଷଦ ଅଧକ୍ଷଙ୍କ ବିରୋଧରେ ଆଟ୍ରୋସିଟି ଆକ୍ଟରେ ମାମଲା

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାପରିଷଦ ଭଳି ଶୀର୍ଷ କ୍ଷମତାରେ ଅଧିଷ୍ଠିତ ଦଳର ଶୀର୍ଷ ନେତୃତ୍ୱ ଆଦିବାସୀଙ୍କ ଉପରେ ଚଳାଇଛନ୍ତି ଅତ୍ୟାଚାର। ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଆଦିବାଦୀ ବହୁଳ ତିଳେଇବଣି ବ୍ଲକ ଡ଼ିମିରିକୁଦା ପଞ୍ଚାୟତ ଅନ୍ତର୍ଗତ ଧୋବକଟା ଗ୍ରାମରେ।

ସୂଚନା ଅନୁଯାୟୀ ଧୋବକଟା ଗ୍ରାମର ସୁଲେମାନ ଲାକଡା ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଡ଼ିମିରିକୁଦା ପଞ୍ଚାୟତ ସମିତି ସଦସ୍ୟ ଭାବେ ନାମାଙ୍କନ ଦାଖଲ ପାଇଁ ନାମାଙ୍କନ ପତ୍ର ଆଣିବା ପରେ ସମ୍ପୃକ୍ତ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ଦଳର ଜିଲ୍ଲାପରିଷଦ ଅଧ୍ୟକ୍ଷ ରଞ୍ଜିତ କୁମାର ପଟେଲ, ତାଙ୍କ ସ୍ତ୍ରୀ ତଥା ବର୍ତ୍ତମାନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ ନିଜ କେତେକ ସମର୍ଥକଙ୍କ ସହ ଅଭିଯୋଗକାରି ସୁଲେମାନଙ୍କୁ ତାଙ୍କ ଘରୁ ବଳପୂର୍ବକ ଉଠାଇ ନେବାସହ ତାଙ୍କ ଫୋନ ଲୁଟି ନେଇ ଅନ୍ୟ ଏକ ଗ୍ରାମରେ ଗୋଟିଏ ଘରେ କବାଟ ବନ୍ଦ କରି ରଖିଥିଲେ। ପର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଫର୍ମରେ ବଳପୂର୍ବକ ଦସ୍ତଖତ କରାଇ ବ୍ଲକ କାର୍ଯ୍ୟାଳୟରେ ଜମା କରାଇବା ପରେ ଆଦିବାସୀ ବୋଲି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ମାଡମାରି ହତ୍ୟା ଧମକ ଦେଇଥିଲେ।

ଭୟଭୀତ ସୁଲେମାନ ଜୀବନ ବିକଳରେ ଲୁଚି ଛପି ରହିବା ପରେ ଗତକାଲି ରାତିରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଦେବଗଡ଼ ଥାନା ପୁଲିସ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଟେଲ ଦମ୍ପତିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଦଫା- ୧୭୧-ଏଫ୍, ୪୪୮, ୫୦୬, ୩୨୩, ୨୯୪, ୩୪୨, ୩୭୯, ୩୪, ଓ ପ୍ରିଭେନସନ୍ ଅଫ ଆଟ୍ରୋସିଟି ଆକ୍ଟର ବିଭିନ୍ନ ଧରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଂଗୀନ ଦଫାରେ ମାମଲାରେ ରୁଜୁ ପରେ ବିଜେପିର ଆଦିବାସୀ ପ୍ରିତିର ମୁଖା ଖୋଲି ଯାଇଛି। ଅଭିଯୁକ୍ତ ପଟେଲ ଦମ୍ପତିଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରୁନାହିଁ।