ରାଉଲକେଲା,ଏନ୍ଏନ୍ଏସ୍: ମୋଷ୍ଟ ୱାଣ୍ଟେଡ୍ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ ରାଣାକୁ ଗିରଫ କଲା ରାଉଲକେଲା ପୁଲିସ। ଦୀର୍ଘ ଦିନରୁ ଏହି କୁଖ୍ୟାତ ମାଓବାଦୀକୁ ଧରିବା ପାଇଁ ଓଡ଼ିଶା ଓ ଝାଡଖଣ୍ଡ ପୋଲିସ୍ ପକ୍ଷରୁ ଅପରେସନ୍ ଜାରି ରହିଥିବା ବେଳେ ଆଜି ଧରା ପଡିଛି ଅର୍ଜୁନ ରାଣା।
ଓଡ଼ିଶା-ଝାଡଖଣ୍ଡ ସୀମାରେ ଅନେକ ବଡ ବଡ ମାଓ ହିଂସାରେ ସାମିଲ ରହିଥିଲା ଅର୍ଜୁନ ରାଣା। ବିଶେଷ ଭାବରେ ସୁନ୍ଦରଗଡ ଜିଲ୍ଲାରେ ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ଟାର୍ଗେଟ କରି ଦାଦାବଟି ଆଦାୟ କରିବା ସହିତ ହତ୍ୟା ଅପହରଣ ଓ ଅନ୍ୟ ମାମଲାରେ ମଧ୍ୟ ଯଡିତ ଥିଲା ରାଣା।
ରାଣା ନାମରେ ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ଖେଳିରହିଥିବା ବେଳେ ଆଜି ପୋଲିସ୍ ହାତରେ ଧରା ପଡିଛି ଏହି କୁଖ୍ୟାତ ମାଓବାଦୀ। ଅର୍ଜୁନ ରାଣାକୁ ଗିରଫ କରିଥିବା ନେଇ ଆଜି ରାଉଲକେଲା ଏସପି ମୁକେଶ ଭାମୁ ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି।