ବାଲେଶ୍ୱର,ଏନ୍ଏନ୍ଏସ୍: ଜଳେଶ୍ୱରରେ ଏବେ ସୀମା ଟପୁଛି ବ୍ରାଉନସୁଗାର କାରବାର। ପ୍ରତିଦିନ ଏହି ବାଟ ଦେଇ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ଧଳା ଜହର। ଯାହା ଏବେ ରାଜ୍ୟ ପୁଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି।
ଆଜି ପୁଣି ଏହି ଅଞ୍ଚଳରୁ ବିପୁଳ ପରିମାଣର ଧଳାଜହର ଜବତ୍ କରାଯାଇଛି। ଘର ଭିତରେ ବ୍ରାଉନସୁଗାର କାରବାର କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢଉ କରି ପ୍ରାୟ ୪୦୦ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ୍ କରିଥିବା ସୂଚନା ମିଳିଛି।
ଏହି ମାମଲାରେ ପୋଲିସ୍ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ରହିଛନ୍ତି ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ଜଳେଶ୍ୱର ପୁଲିସ। ଜବତ କରାଯାଇଥିବା ଧଳାଜହର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।