ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ବଢୁଛି ବିଜେଡିର ବଳ। ଏମିତି କେଉଁ ଦିନ ନାହିଁ ବିଜେଡିରେ ମିଶ୍ରଣ ପର୍ବ ହେଉନାହିଁ। ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଭୋଟ୍ ପୂର୍ବରୁ ବିଜେଡିର ଶକ୍ତି ବୃଦ୍ଧି ହୋଇଚାଲିଛି। ଏହି କ୍ରମରେ ଶନିବାର କେନ୍ଦୁଝରର ବହୁ କଂଗ୍ରେସ, ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘସିପୁରା ବିଧାୟକ ତଥା କେନ୍ଦୁଝର ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ରଙ୍କ ଉପସ୍ଥିତିରେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଓ ସମର୍ଥକ ଦଳରେ ସାମିଲ ହୋଇଥିଲେ। ଏଥିରେ ପ୍ରମୁଖ ଥିଲେ କଂଗ୍ରେସ ରାଜ୍ୟ ସମ୍ପାଦକ ତଥା ଟ୍ରକ୍ ଆସୋସିଏସନର ସମ୍ପାଦକ ସୂର୍ଯ୍ୟନାରାୟଣ କର।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଛନ୍ତି ବୋଲି ମତପ୍ରକାଶ କରିଥିଲେ। ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଦାସ ସମ୍ପୃକ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିବା ସହ କହିଥିଲେ ଯେ କେନ୍ଦୁଝର ଜିଲ୍ଲାରେ ଏହି ମିଶ୍ରଣ ପର୍ବ ପ୍ରଭାବ ପକାଇବ। ପଞ୍ଚାୟତ ନିର୍ବାଚନରେ ଦଳକୁ ଶକ୍ତ କରିବାରେ ସାହାଯ୍ୟ କରିବ।